ODIA GRAMMAR: SARBANAMA, ଓଡ଼ିଆ ବ୍ୟାକରଣ: ସର୍ବନାମ Leave a Comment / By odishatutorial.com / 28 November 2023 ODIA GRAMMAR: SARBANAMA, ଓଡ଼ିଆ ବ୍ୟାକରଣ: ସର୍ବନାମ ODIA GRAMMAR: SARBANAMA, ଓଡ଼ିଆ ବ୍ୟାକରଣ: ସର୍ବନାମ 1 / 34Whatsapp Group Join Telegram channel Joinସର୍ବନାମ ପଦ ବାକ୍ୟରେ କାହା ବଦଳରେ ବସିଥାଏ ? (A) ବିଶେଷଣ (B) କ୍ରିୟା (C) ଅବ୍ୟୟ (D) ବିଶେଷ୍ଯ 2 / 34ଭାଷା ବ୍ୟବହାରରେ ଗୋଟିଏ ଶବ୍ଦ ବା, ଅଭିବ୍ୟକ୍ତି ବାରମ୍ବାର ବ୍ୟବହୃତ ହେଲେ କି ଅସୁବିଧା ହୋଇପାରେ ? (A) ଶ୍ରୁତିକଟୁ ହୁଏ (B) ପଢ଼ିବାକୁ ଭଲ ଲାଗେ ନାହିଁ (C) କହିବାରେ ଅଯଥା ସମୟ ଓ ଲେଖିବାରେ ଅଯଥା ସ୍ଥାନ (D) ସବୁଗୁଡ଼ିକ 3 / 34ସର୍ବନାମ କାହାକୁ କହନ୍ତି ? (A) କାଳ, ବଚନ ଓ ବିଭକ୍ତିରେ ଅପରିବର୍ତ୍ତିତ ପଦ (B) ବିଶେଷ୍ୟକୁ ବିଶେଷିତ କରୁଥୁବ ପଦ (C) କୌଣସି ପଦ ବା ବାକ୍ୟ ବଦଳରେ ବ୍ୟବହୃତ ପଦ (D) କୌଣସି ଜାତି, ବସ୍ତୁ, ନାମକୁ ବୁଝାଉଥିବା ପଦ 4 / 34କୌଣସି ଅଭିବ୍ୟକ୍ତି ପରିବର୍ତ୍ତେ ଯେଉଁ ପଦ ବ୍ୟବହୃତ ହୁଏ, ତାହାକୁ କ’ଣ କୁହାଯାଏ ? (A) ବିଶେଷ୍ୟ ପଦ (B) ବିଶେଷଣ ପଦ (C) ସର୍ବନାମ ପଦ (D) କ୍ରିୟାପଦ 5 / 34ବ୍ୟକ୍ତିବାଚକ ସର୍ବନାମ କେତେ ଭାଗରେ ବିଭକ୍ତ ? (A) ଏକ (B) ଦୁଇ (C) ତିନି (D) ପାଞ୍ଚ 6 / 34ଯେଉଁ ସର୍ବନାମ ପଦ ବ୍ୟକ୍ତି ବିଶେଷ ପରିବର୍ତ୍ତେ ବ୍ୟବହୃତ ହୁଏ, ତାହାକୁ କି ସର୍ବନାମ କୁହାଯାଏ ? (A) ପ୍ରଶ୍ନବାଚକ (B) ନିର୍ଦ୍ଦେଶବାଚକ (C) ସମ୍ବନ୍ଧ ବାଚକ (D) ବ୍ଯକ୍ତିବାଚକ 7 / 34ପୁରୁଷବାଚକ ସର୍ବନାମଗୁଡ଼ିକ କ’ଣ ? (A) ପ୍ରଥମ ପୁରୁଷ ସର୍ବନାମ (B) ଦ୍ଵିତୀୟ ପୁରୁଷ ସର୍ବନାମ (C) ତୃତୀୟ ପୁରୁଷ ସର୍ବନାମ (D) ସବୁଗୁଡ଼ିକ ଠିକ୍ 8 / 34ବ୍ୟକ୍ତିବାଚକ ସର୍ବନାମକୁ ଅନ୍ୟ କେଉଁ ଭାବେ ନାମିକ କରାଯାଏ ? (A) ପ୍ରଶ୍ନବାଚକ ସର୍ବନାମ (B) ସମ୍ବନ୍ଧବାଚକ ସର୍ବନାମ (C) ନିର୍ଦ୍ଦେଶବାଚକ ସର୍ବନାମ (D) ପୁରୁଷବାଚକ ସର୍ବନାମ 9 / 34ନିମ୍ନୋକ୍ତ ମଧ୍ୟରୁ ପ୍ରଥମପୁରୁଷ ସର୍ବନାମ କେଉଁଟି ? (A) ମୁଁ, ଆମେ, ମୋତେ ପ୍ରଭୃତି (B) ତୁ, ତୁମେ, ଆପଣ ପ୍ରଭୃତି (C) ସେ, ସେମାନେ ଇତ୍ୟାଦି (D) ସବୁଗୁଡ଼ିକ ଭୁଲ 10 / 34ସର୍ବନାମ ପଦର ଆକୃତିରେ ପରିବର୍ତ୍ତନ ହୁଏ କି ? (A) ପରିବର୍ତ୍ତନ ହୁଏନାହିଁ (B) ପରିବର୍ତ୍ତନ ହୁଏ (C) ଅପରିବର୍ତିତ ରହେ (D) ଭିନ୍ନ ପଦ ସୃଷ୍ଟି ହୁଏ 11 / 34କେଉଁ ପରିସ୍ଥିତିରେ ସର୍ବନାମ ପଦର ଆକୃତିରେ ପରିବର୍ତ୍ତନ ହୁଏ ? (A) କାରକଯୁକ୍ତ ହେଲେ (B) ବହୁବଚନ ହେଲେ (C) ସମ୍ବନ୍ଧଯୁକ୍ତ ହେଲେ (D) ବିଭକ୍ତିଯୁକ୍ତ ହେଲେ 12 / 34ବ୍ୟକ୍ତିବାଚକ ସର୍ବନାମ କାହା ପରିବର୍ତ୍ତେ ବ୍ୟବହାର ହୁଏ ? (A) ପ୍ରଶ୍ନ ପଚାରିବା ପାଇଁ (B) ଏକ ନିର୍ଦ୍ଦିଷ୍ଟ ସମ୍ବନ୍ଧ ପାଇଁ (C) ବ୍ୟକ୍ତି ବିଶେଷ ପାଇଁ (D) ସବୁଗୁଡ଼ିକ 13 / 34ନିମ୍ନୋକ୍ତ ମଧରୁ ତୃତୀୟ ପୁରୁଷ ସର୍ବନାମ କେଉଁଟି ? (A) ମୁଁ, ଆମେ, ମୋତେ ଇତ୍ୟାଦି (B) ତୁ, ତୁମେ, ଆପଣ ଇତ୍ୟାଦି (C) ସେ, ସେମାନେ ଇତ୍ୟାଦି (D) ସବୁଗୁଡ଼ିକ ଭୁଲ୍ 14 / 34ନିମ୍ନୋକ୍ତ ମଧ୍ଯରୁ ଦ୍ଵିତୀୟ ପୁରୁଷ ସର୍ବନାମ କେଉଁଟି ? (A) ସେ, ସେମାନେ ଇତ୍ୟାଦି (B) ତୁ, ତୁମେ, ଆପଣ ଇତ୍ୟାଦି (C) ମୁଁ, ଆମେ, ମୋତେ ଇତ୍ୟାଦି (D) ସବୁଗୁଡ଼ିକ ଠିକ୍ 15 / 34ନିର୍ଦ୍ଦେଶକ ସର୍ବନାମ କାହାକୁ କୁହାଯାଏ ? (A) ଯେଉଁ ସର୍ବନାମ ପ୍ରଶ୍ନ କରିବାରେ ସାହାଯ୍ୟ କରେ (B) ଯେଉଁ ସର୍ବନାମ ନିର୍ଦ୍ଦିଷ୍ଟ ସମ୍ବନ୍ଧକୁ ବୁଝାଏ (C) ଯେଉଁ ସର୍ବନାମ ନିର୍ଦ୍ଦେଶ କରିବାରେ ସାହାଯ୍ୟ କରେ (D) ଯେଉଁ ସର୍ବନାମ ଗୁରୁତ୍ଵଆରୋପ କରେ 16 / 34ଆରୋପକ ସର୍ବନାମର ବିଶେଷତ୍ଵ କ’ଣ ? (A) କିଏ, କ’ଣ, କାହାକୁ ପ୍ରଭୃତି ଶବ୍ଦର ବ୍ୟବହାର ଦ୍ବାରା (B) ଯାହାର, ତାହାର ପ୍ରଭୃତି ଶବ୍ଦର ବ୍ୟବହାର ଦ୍ଵାରା (C) ଆପେ, ନିଜେ ପ୍ରଭୃତି ଶବ୍ଦର ବ୍ୟବହାର ଦ୍ଵାରା (D) ସବୁଗୁଡ଼ିକ ଠିକ୍ 17 / 34ନିର୍ଣ୍ଣାୟକ ସର୍ବନାମର ଲକ୍ଷଣ କେଉଁଟି ? (A) କାହାକୁ, କିଏ, କ’ଣ ପ୍ରଭୃତି ଶବ୍ଦର ବ୍ୟବହାର ଦ୍ଵାରା (B) ଯାହାର, ଯାହା, ତାହା ପ୍ରଭୃତି ଶବ୍ଦର ବ୍ୟବହାର ଦ୍ଵାରା (C) ଉଭୟ, ପ୍ରତ୍ୟେକ, ସମସ୍ତ ପ୍ରଭୃତି ଶବ୍ଦର ବ୍ୟବହାର ଦ୍ଵାରା (D) କୌଣସିଟି ନୁହେଁ 18 / 34ପ୍ରଶ୍ନସୂଚକ ସର୍ବନାମ କାହାକୁ କୁହାଯାଏ ? (A) କିଏ, କ’ଣ, କାହାକୁ ପ୍ରଭୃତି ପଦ ବ୍ୟବହାର ହେଲେ (B) ଆପେ, ନିଜେ ପ୍ରଭୃତି ପଦ ବ୍ୟବହାର ହେଲେ (C) ଯାହାର, ଯାହା, ତାହା ପ୍ରଭୃତି ପଦ ବ୍ୟବହାର ହେଲେ (D) ସବୁଗୁଡ଼ିକ 19 / 34ଗୋଟିଏ ବାକ୍ୟରେ ଯେଉଁ ସର୍ବନାମ ପଦର ଅନ୍ୟ ସର୍ବନାମ ପଦ ସହିତ ସମ୍ବନ୍ଧ ଘଟିଥାଏ ତାହା କି ପ୍ରକାରର ସର୍ବନାମ ? (A) ନିର୍ଦ୍ଦେଶକ (B) ଆମ୍ବଚକ (C) ନିର୍ଣ୍ଣାୟକ (D) ସମ୍ବନ୍ଧବାଚକ 20 / 34ପ୍ରଧାନଶିକ୍ଷକ ନିଜେ କ୍ଲାସକୁ ଯାଇଥିଲେ – ଏହି ବାକ୍ୟରେ ବ୍ୟବହୃତ ସର୍ବନାମଟି କେଉଁ ପ୍ରକାରର ? (A) ପ୍ରଶ୍ନସୂଚକ ସର୍ବନାମ (B) ଆମ୍ବବାଚକ ସର୍ବନାମ (C) ସମ୍ବନ୍ଧବାଚକ ସର୍ବନାମ (D) ଗୁରୁତ୍ଵଆରୋପ ସର୍ବନାମ 21 / 34ତୁଚ୍ଛାକୁ ଏତେ, ମୁଦି ନୁହେଁ ଗୋଡ଼ କଚାଡୁ କେତେ ? - ଏହି ବାକ୍ୟରେ ବ୍ୟବହୃତ ସର୍ବନାମଟି କେଉଁ ପ୍ରକାରର ? (A) ସମ୍ବନ୍ଧବାଚକ (B) ପ୍ରଶ୍ନସୂଚକ (C) ଆମ୍ବବାଚକ (D) ନିର୍ଣ୍ଣାୟକ 22 / 34ପ୍ରଥମେ ଆପେ ଆପଣାକୁ ଚିହ୍ନ – ରେଖାଙ୍କିତ ସର୍ବନାମ ପଦଟି କେଉଁ ପ୍ରକାରର ? (A) ପ୍ରଶ୍ନସୂଚକ (B) ଆତ୍ମବାଚକ (C) ସମ୍ବନ୍ଧବାଚକ (D) ନିର୍ଣ୍ଣାୟକ 23 / 34ଯାହାର ମନ ଯେଡ଼େ, ତାହାର ପ୍ରଭୁ ତେଡେ - ଏହି ବାକ୍ୟରେ ବ୍ୟବହୃତ ସର୍ବନାମ ପଦଟି କେଉଁ ପ୍ରକାରର ? (A) ନିର୍ଦ୍ଦେଶବାଚକ (B) ଆତ୍ମବାଚକ (C) ସମ୍ବନ୍ଧବାଚକ (D) ବ୍ୟକ୍ତିବାଚକ 24 / 34ଉଭୟଙ୍କର ଜାମାର ରଙ୍ଗ ସମାନ - ଏହି ବାକ୍ୟରେ ବ୍ୟବହୃତ ସର୍ବନାମ ପଦଟି କେଉଁ ପ୍ରକାରର ? (A) ନିର୍ଦ୍ଦେଶବାଚକ (B) ନିର୍ଣ୍ଣାୟକ (C) ସମ୍ବନ୍ଧବାଚକ (D) ଆତ୍ମବାଚକ 25 / 34ଆଜି ସମସ୍ତେ ବିଳମ୍ବରେ ସ୍କୁଲକୁ ଆସିଲେ – ଏହି ବାକ୍ୟରେ ବ୍ୟବହୃତ ସର୍ବନାମଟି କେଉଁ ପ୍ରକାରର ? (A) ନିର୍ଦ୍ଦେଶବାଚକ (B) ସମ୍ବନ୍ଧବାଚକ (C) ନିର୍ଣ୍ଣାୟକ (D) ଆତ୍ମବାଚକ 26 / 34ଜୋର୍ ଯା’ର ମୁଲକ ତା’ର – ଏହି ବାକ୍ୟରେ ବ୍ୟବହୃତ ସର୍ବନାମ ପଦ କେଉଁ ଧରଣର ? (A) ପ୍ରଶ୍ନବାଚକ (B) ସମ୍ବନ୍ଧବାଚକ (C) ବ୍ଯକ୍ତିବାଚକ (D) ନିର୍ଦ୍ଦେଶବାଚକ 27 / 34ପିଲାମାନେ କାହାକୁ ବେଶୀ ଭଲ ପାଆନ୍ତି ? - ଏହି ବାକ୍ୟରେ ବ୍ୟବହୃତ ସର୍ବନାମ ପଦ କେଉଁ ପ୍ରକାରର ? (A) ନିର୍ଣ୍ଣାୟକ (B) ବ୍ଯକ୍ତିବାଚକ (C) ନିର୍ଦ୍ଦେଶବାଚକ (D) ପ୍ରଶ୍ନସୂଚକ 28 / 34ଗଲି ଆଇଲି, ଯାହା ଦେଖିଲି ତାହା କହିଲି – ଏହି ବାକ୍ୟରେ ବ୍ୟବହୃତ ସର୍ବନାମ କେଉଁ ଧରଣର ? (A) ନିର୍ଦେଶକ ସର୍ବନାମ (B) ପ୍ରଶ୍ନସୂଚକ ସର୍ବନାମ (C) ବ୍ୟକ୍ତିବାଚକ ସର୍ବନାମ (D) ସବୁଗୁଡ଼ିକ ଭୁଲ 29 / 34କଳ୍ପନା ମେଧାବିନୀ, ଗୀତା ସେପରି ନୁହେଁ – ଏହି ବାକ୍ୟରେ ବ୍ୟବହୃତ ସର୍ବନାମ କେଉଁ ପ୍ରକାରର ? (A) ପ୍ରଶ୍ନସୂଚକ (B) ସମ୍ବନ୍ଧବାଚକ (C) ବ୍ୟକ୍ତିବାଚକ (D) ନିର୍ଦ୍ଦେଶବାଚକ 30 / 34ନିମ୍ନୋକ୍ତ ମଧ୍ୟରୁ କେଉଁ ସର୍ବନାମ ପଦଟି ଭିନ୍ନ ?କିଏ, କ’ଣ, କେଉଁଟି, କେହି, ସିଏ (A) କେଉଁଟି (B) କେହି (C) ସିଏ (D) କିଏ 31 / 34ନିମ୍ନୋକ୍ତ ମଧ୍ୟରୁ କେଉଁ ସର୍ବନାମ ପଦଟି ଅଲଗା ? ସକଳ, ସଭିଏଁ, ସବୁ, କେଉଁଟି, ସମସ୍ତ (A) ସବୁ (B) ସମସ୍ତ (C) କେଉଁଟି (D) ସଭିଏଁ 32 / 34ନିମ୍ନୋକ୍ତ ମଧ୍ଯରୁ କେଉଁ ସର୍ବନାମ ପଦଟି ଭିନ୍ନ ?ମୋର, ମୋତେ, ତୋତେ, ଆମ, ଆମର (A) ମୋତେ (B) ତୋତେ (C) ମୋର (D) ଆମର 33 / 34ନିମ୍ନୋକ୍ତ ମଧ୍ଯରୁ କେଉଁ ସର୍ବନାମ ପଦଟି ଅଲଗା ?ତା, ତାହା, ତୋତେ, ତାର, ତାଙ୍କ (A) ତାଙ୍କ (B) ତାହା (C) ତୋତେ (D) ତା 34 / 34ନିମ୍ନୋକ୍ତ ମଧ୍ଯରୁ କେଉଁ ସର୍ବନାମଟି ଭିନ୍ନ ?କିଏ, କ’ଣ, କେଉଁଠି, ଯିଏ, କିଏ (A) ଯିଏ (B) କିଏ (C) କ'ଣ (D) କେଉଁଠି Your score isThe average score is 53% 0% Restart quiz Read Also : Odisha GK Mock Test