ODIA GRAMMAR: BISESANA, ଓଡ଼ିଆ ବ୍ୟାକରଣ: ବିଶେଷଣ Leave a Comment / By odishatutorial.com / 27 November 2023 ODIA GRAMMAR: BISESANA, Whatsapp Group Join Telegram channel Join ODIA GRAMMAR: BISESANA, ଓଡ଼ିଆ ବ୍ୟାକରଣ: ବିଶେଷଣ 1 / 33କେଉଁଟି ବିଶେଷଣ ପଦ ? (A) କ୍ଷାଳନ (B) କ୍ଷାଳିତ (C) କ୍ଷାଳ (D) କ୍ଷାଳି 2 / 33କ୍ରିୟାବାଚକ ବିଶେଷଣ କାହାକୁ କୁହାଯାଏ ? (A) କ୍ରିୟାକୁ ବିଶେଷିତ କରୁଥିବା ବିଶେଷଣ ପଦ (B) ବିଶେଷ୍ୟରୁ ଜାତ ପଦ ଯାହା ବିଶେଷ୍ୟକୁ ବିଶେଷିତ କରେ (C) କ୍ରିୟାରୁ ଜାତ ପଦ ଯାହା ବିଶେଷ୍ୟକୁ ବିଶେଷିତ କରେ (D) କୌଣସିଟି ନୁହେଁ 3 / 33କ୍ରିୟା ବିଶେଷଣର ବିଶେଷତ୍ଵ କ’ଣ ? (A) କ୍ରିୟାକୁ ବିଶେଷିତ କରୁଥିବା ବିଶେଷଣ (B) ବିଶେଷଣକୁ ବିଶେଷିତ କରୁଥିବା ବିଶେଷଣ (C) ବିଶେଷ୍ୟକୁ ବିଶେଷିତ କରୁଥିବା ବିଶେଷଣ (D) କୌଣସିଟି ନୁହେଁ 4 / 33ଖାଇ ସାରିବା ପରେ ମୁଁ ଢାଳେ ପାଣି ପିଏ – ରେଖାଙ୍କିତ ପଦଟି କେଉଁ ପ୍ରକାରର ବିଶେଷଣ ? (A) ସଂଖ୍ୟାବାଚକ (B) ପୂରଣବାଚକ (C) ପରିମାଣବାଚକ (D) କୌଣସିଟି ନୁହେଁ 5 / 33ଏହା କି ପ୍ରକାରର ବିଶେଷଣ ? (A) ଅବସ୍ଥାବାଚକ (B) ସଂଖ୍ୟାବାଚକ (C) ଗୁଣବାଚକ (D) ପୂରଣବାଚକ 6 / 33ଗୁଣବାଚକ ବିଶେଷଣର ବିଶେଷତ୍ଵ କ’ଣ ? (A) ଦୁଇଟି ବିଶେଷ୍ୟ ମଧ୍ୟରେ ତୁଳନା ନିମନ୍ତେ ବ୍ୟବହୃତ ପଦ (B) ଗୋଟିଏ ବିଶେଷଣ ପଦକୁ ଆଉ ଗୋଟିଏ ବିଶେଷଣ ବିଶେଷଷିତ କରେ (C) ବିଶେଷ୍ୟର ଧର୍ମ, ସ୍ଵଭାବ ଓ ପ୍ରକୃତିକୁ ବିଶେଷିତ କରେ (D) କୌଣସିଟି ନୁହେଁ 7 / 33ପଡ଼ିଆରେ କାଳୀ ଗାଈଟିଏ ଚରୁଛି - ଏହି ବାକ୍ୟରେ ବିଶେଷଣ ପଦ କେଉଁଟି ? (A) ପଡ଼ିଆ (B) କାଳୀ (C) ଗାଈ (D) ଚରୁଛି 8 / 33ଯେଉଁ ବିଶେଷଣ ପଦ ବିଶେଷ୍ୟପଦ ପରେ ବ୍ୟବହୃତ ହୁଏ ତାହାକୁ କ'ଣ କୁହାଯାଏ ? (A) ବିଧେୟ ବିଶେଷଣ (B) ବିଶେଷ୍ୟର ବିଶେଷଣ (C) ବିଶେଷଣର ବିଶେଷ୍ୟ (D) କୌଣସିଟି ନୁହେଁ 9 / 33ବିଶେଷଣ ପଦର ଲକ୍ଷଣ ଏମାନଙ୍କ ମଧ୍ୟରୁ କେଉଁଟି ? (A) ବିଶେଷ୍ୟର ଗୁଣକୁ ପ୍ରକାଶ କରୁଥିବା ପଦ (B) ବିଶେଷ୍ୟର ଅବସ୍ଥାକୁ ବିଶେଷିତ କରୁଥିବା ପଦ (C) ବିଶେଷ୍ୟର ପରିମାଣ ଓ ସଂଖ୍ୟାକୁ ସୂଚିତ କରୁଥିବା ପଦ (D) ସବୁଗୁଡ଼ିକ 10 / 33ଦଦରା ନାଆଟି ନଈରେ ବୁଡ଼ିଗଲା – ଏଠାରେ ବ୍ୟବହୃତ ବିଶେଷଣ ପଦଟି କେଉଁ ପ୍ରକାରର ? (A) ସଂଖ୍ୟାବାଚକ (B) ପୂରଣବାଚକ (C) ଅବସ୍ଥାବାଚକ (D) ଗୁଣବାଚକ 11 / 33ବିଶେଷଣ ପଦଟି ବିଶେଷ୍ୟ ପଦର କେଉଁଠାରେ ବ୍ୟବହୃତ ହୁଏ ? (A) ବିଶେଷ୍ୟ ପୂର୍ବରୁ (B) ବିଶେଷ୍ୟ ପରେ (C) ବିଶେଷ୍ୟର ମଝିରେ (D) ପ୍ରଥମ ଦୁଇଟି ଠିକ୍ 12 / 33ଯେଉଁ ବିଶେଷଣ ପଦ ବିଶେଷ୍ୟ ପଦର ପୂର୍ବରୁ ବ୍ୟବହୃତ ହୁଏ, ତାହାକୁ କ’ଣ କୁହାଯାଏ ? (A) ବିଧେୟ ବିଶେଷଣ (B) ବିଶେଷଣର ବିଶେଷ୍ୟ (C) ବିଶେଷ୍ୟର ବିଶେଷଣ (D) କୌଣସିଟି ନୁହେଁ 13 / 33ବସନ୍ତ ଋତୁରେ ଦକ୍ଷିଣା ପବନ ବହେ – ରେଖାଙ୍କିତ ପଦଟି କେଉଁ ପ୍ରକାରର ବିଶେଷଣ ? (A) ଅବସ୍ଥା ବାତକ (B) ସଂଖ୍ୟାବାଚକ (C) ପୂରଣବାଚକ (D) ଗୁଣବାଚକ 14 / 33କୌଣସି ସଂଖ୍ୟାବାଚକ ବିଶେଷଣପଦ କ୍ରମାନ୍ୱୟରେ ସବୁସଂଖ୍ୟା ବା ସମଷ୍ଟିକୁ ନ ବୁଝାଇ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାକୁ ବୁଝାଇଲେ ତାକୁ କି ପ୍ରକାର ବିଶେଷଣ କୁହାଯାଏ ? (A) ଅବସ୍ଥା ବାଚକ (B) ସଂଖ୍ୟାବାଚକ (C) ପୂରଣ ବାଚକ (D) ଗୁଣବାଚକ 15 / 33ବୁଢ଼ୀଲୋକଟି ଶୀତରେ ଥରୁଛି - ଏଠାରେ ବ୍ୟବହୃତ ବିଶେଷଣ ପଦଟି କେଉଁ ପ୍ରକାରର ? (A) ଗୁଣବାଚକ (B) ପୂରଣବାଚକ (C) ସଂଖ୍ୟାବାଚକ (D) ଅବସ୍ଥାବାଚକ 16 / 33ବାରଶହ ବଢ଼େଇ ଷୋଳବର୍ଷ ଲାଗି କୋଣାର୍କ ମନ୍ଦିର ଗଢ଼ିଥିଲେ – ଏହି ବାକ୍ୟରେ ରେଖାଙ୍କିତ ପଦଗୁଡ଼ିକ କେଉଁ ପ୍ରକାରର ବିଶେଷଣ ? (A) ଗୁଣବାଚକ (B) ପୂରଣବାଚକ (C) ସଂଖ୍ୟାବାଚକ (D) ବ୍ୟବସ୍ଥା ବାଚକ 17 / 33ରାଜ୍ୟସଭାରେ ଦୁଇଶହ ପଚାଶ ସଭ୍ୟ ଅଛନ୍ତି – ଏହି ବାକ୍ୟରେ ବିଶେଷଣ ପଦ କେଉଁଟି ? (A) ରାଜ୍ୟସଭା (B) ସଭ୍ୟ (C) ଦୁଇ ଶହ ପଚାଶ (D) ଅଛନ୍ତି 18 / 33ଢୋକେ ପି ଦଣ୍ଡେ ଜୀ ଅବସ୍ଥା ଆମର କେବେ ଯିବ ? – ରେଖାଙ୍କିତ ପଦଗୁଡ଼ିକ କେଉଁ ପ୍ରକାରର ବିଶେଷଣ ? (A) ପୂରଣବାଚକ (B) ଗୁଣବାଚକ (C) ପରିମାଣବାଚକ (D) ସଂଖ୍ୟାବାଚକ 19 / 33ପାଣ୍ଡବମାନେ ପାଞ୍ଚଞ୍ଚ ଭାଇ ଥିଲେ। ସେମାନଙ୍କ ମଧ୍ୟରେ ଅର୍ଜୁନ ତୃତୀୟ ଭାଇ – ରେଖାଙ୍କିତ ପଦଦ୍ଵୟ କ୍ରମାନ୍ୱୟରେ କେଉଁ ପ୍ରକାରର ବିଶେଷଣ ? (A) ପୂରଣବାଚକ, ସଂଖ୍ୟାବାଚକ (B) ସଂଖ୍ୟାବାଚକ, ତୁଳନାତ୍ମକ (C) ସଂଖ୍ୟାବାଚକ, ପୂରଣବାଚକ (D) କୌଣସିଟି ନୁହେଁ 20 / 33ବିପୁଳ ଧନ ମନୁଷ୍ୟକୁ ସୁଖ ଦିଏ ନାହିଁ - ଏଠାରେ ବିଶେଷଣ ପଦଟି କେଉଁ ପ୍ରକାରର ? (A) ପୂରଣବାଚକ (B) ଗୁଣବାଚକ (C) ପରିମାଣବାଚକ (D) ସଂଖ୍ୟାବାଚକ 21 / 33ଦୁଜେ ମହୀରେ ବିଜେ ବରଷାକାଳ - ଏଠାରେ ବିଶେଷଣ ପଦଟି କେଉଁଟି ? (A) ମହୀ (B) ବିଜେ (C) ଦୁଜେ (D) ବରଷାକାଳ 22 / 33ଫିକା ନେଳି ରଙ୍ଗର ଗୁଡ଼ିଟି ଭଡୁଛି - ରେଖାଙ୍କିତ ପଦଟି କି ପ୍ରକାରର ବିଶେଷଣ ? (A) ବିଶେଷଣର ବିଶେଷଣ (B) ବିଶେଷଣର ବିଶେଷ୍ୟ (C) ବିଶେଷ୍ୟର ବିଶେଷଣ (D) କୌଣସିଟି ନୁହେଁ 23 / 33ଦୀପଟି ମିଞ୍ଜିମିଞ୍ଜି ଜଳୁଛି- ଏ ବାକ୍ୟରେ ବ୍ୟବହୃତ ବିଶେଷଣ କି ପ୍ରକାରର ? (A) ତୁଳନାତ୍ମକ ବିଶେଷଣ (B) ବିଧେୟ ବିଶେଷଣ (C) ଉଦ୍ଦିଷ୍ଟ ବିଶେଷଣ (D) କ୍ରିୟା ବିଶେଷଣ 24 / 33ଘୋଡ଼ା ଚଞ୍ଚଳ ଦୌଡ଼ିପାରେ - ଏହି ବାକ୍ୟରେ ବ୍ୟବହୃତ ବିଶେଷଣ କେଉଁଟି ? (A) ଉଦ୍ଦିଷ୍ଟ ବିଶେଷଣ (B) ବିଧେୟ ବିଶେଷଣ (C) କ୍ରିୟା ବିଶେଷଣ (D) ତୁଳନାତ୍ମକ ବିଶେଷଣ 25 / 33ନିପଟ ମଫସଲିଆ ଲୋକଟି ଠକିଗଲା - ରେଖାଙ୍କିତ ପଦଟି କି ପ୍ରକାରର ବିଶେଷଣ ? (A) ବିଶେଷ୍ୟର ବିଶେଷଣ (B) ବିଶେଷଣର ବିଶେଷ୍ୟ (C) ବିଶେଷଣର ବିଶେଷଣ (D) କୌଣସିଟି ନୁହେଁ 26 / 33ପୂଜାରୀଟି ଜଳନ୍ତା କାଠରେ କୁକୁରକୁ ପିଟିଲା - ଏହା କେଉଁ ପ୍ରକାରର ବିଶେଷଣ ? (A) ଉଦ୍ଦିଷ୍ଟ ବିଶେଷଣ (B) ବିଧେୟ ବିଶେଷଣ (C) କ୍ରିୟା ବିଶେଷଣ (D) କ୍ରିୟାବାଚକ ବିଶେଷଣ 27 / 33ତୁଳନାତ୍ମକ ବିଶେଷଣ କହିଲେ କ’ଣ ବୁଝାଯାଏ ? (A) ଦୁଇ ବା ତତୋବ୍ବଧ୍ଵକ ବିଶେଷଣ ମଧ୍ୟରେ ତୁଳନା (B) ଦୁଇ ବା ତତୋବ୍ବଧ୍ଵକ ବିଶେଷ୍ୟ ମଧ୍ୟରେ ତୁଳନା (C) ଦୁଇ ବା ତତୋବ୍ବଧ୍ଵକ କ୍ରିୟା ମଧ୍ୟରେ ତୁଳନା (D) କୌଣସିଟି ନୁହେଁ 28 / 33ଗରଜିଲା ମେଘ ବରଷେ ନାହିଁ - ରେଖାଙ୍କିତ ପଦଟି କେଉଁ ପ୍ରକାରର ବିଶେଷଣ ? (A) କ୍ରିୟା ବିଶେଷଣ (B) କ୍ରିୟାବାଚକ ବିଶେଷଣ (C) ବିଧେୟ ବିଶେଷଣ (D) ତୁଳନାତ୍ମକ ବିଶେଷଣ 29 / 33ହିମାଳୟ ଭାରତର ଉଚ୍ଚତମ ପର୍ବତ – ଏହି ବାକ୍ୟରେ ବିଶେଷଣଟି କି ପ୍ରକାରର ବିଶେଷଣ ? (A) ତୁଳନାତ୍ମକ ବିଶେଷଣ (B) କ୍ରିୟା ବିଶେଷଣ (C) ବିଧେୟ ବିଶେଷଣ (D) ଉଦ୍ଦିଷ୍ଟ ବିଶେଷଣ 30 / 33ଛଣ ଘର ଟାଇଲ ଘର ଠାରୁ ଥଣ୍ଡା - ରେଖାଙ୍କିତ ପଦଦ୍ଵୟ କେଉଁଧରଣର ବିଶେଷଣ ? (A) ବିଶେଷ୍ୟରୂପୀ ବିଶେଷଣ (B) ବିଶେଷ୍ୟଣ ବିଶେଷଣ (C) ବିଶେଷଣର ବିଶେଷଣ (D) କ୍ରିୟା ବିଶେଷଣ 31 / 33ଯେଉଁ ବାଟରେ ହେଲେ ବି ଏହି କାମଟି କର - ରେଖାଙ୍କିତ ପଦଗୁଡ଼ିକ କେଉଁ ପ୍ରକାରର ବିଶେଷଣ ? (A) କ୍ରିୟାଜ ବିଶେଷଣ (B) ସାର୍ବନାମିକ ବିଶେଷଣ (C) ବିଶେଷ୍ୟରୂପୀ ବିଶେଷଣ (D) ବିଶେଷଣର ବିଶେଷଣ 32 / 33ସିଂହ ଦ୍ଵାରରେ ବେତବାଡ଼ି ବାଜିଲେ ପାତକ ଛାଡ଼ିଯାଏ – ରେଖାଙ୍କିତ ପଦଟି କେଉଁ ଧରଣର ବିଶେଷଣ ? (A) କ୍ରିୟା ବିଶେଷଣ (B) ବିଶେଷଣର ବିଶେଷଣ (C) ବିଶେଷ୍ୟର ବିଶେଷଣ (D) ବିଶେଷ୍ୟରୂପୀ ବିଶେଷଣ 33 / 33ଏପରି କଥା ମୁଁ କେବେ ଶୁଣି ନ ଥିଲି - ରେଖାଙ୍କିତ ପଦଟି କେଉଁ ପ୍ରକାରର ବିଶେଷଣ ? (A) ସାର୍ବନାମିକ ବିଶେଷଣ (B) କ୍ରିୟାଜ ବିଶେଷଣ (C) ବିଶେଷ୍ୟରୂପୀ ବିଶେଷଣ (D) ବିଶେଷଣର ବିଶେଷଣ Your score isThe average score is 49% 0% Restart quiz Read Also :Odisha GK Mock Test ଓଡ଼ିଆ ବ୍ୟାକରଣ: ବିଶେଷଣ